ମୋହିତା ଶର୍ମାର କୋଟିପତି କାହାଣି
ଅମିତାଭ ବଚ୍ଚନଙ୍କ ଶୋ କୌନ ବନେଗା କରୋଡପତି-୧୨ ର ଗୋଟେ କୋଟି ପ୍ରଶ୍ନର ସଠିକ ଉତ୍ତର ଦେଇ କୋଟିପତି ହେଇଛନ୍ତି ଆଇପିଏସ ଅଫିସର ମୋହିତା ଶର୍ମା | ମୋହିତା ଶର୍ମା ବହୁତ ଭଲ ଖେଳିଛନ୍ତି ଓ ୮ପ୍ରଶ୍ନ ଯାଏ କୋଣସି ଲାଇଫ-ଲାଇନ(lifelines) ବ୍ୟବହାର କରିନଥିଲେ | ସେ ୯-ପ୍ରଶ୍ନରେ ଉତ୍ତର ପାଇଁ “ଭିଡ଼ିଓ କୋଲ ” ତାଙ୍କ ସାଙ୍ଗ ପାଖକୁ କରିଥିଲେ | ଶୋ ରେ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଖି ସମସ୍ତେ ତାଙ୍କୁ ଇଣ୍ଟେଲିଜେଣ୍ଟ ଆଇପିଏସ କହୁଥିଲେ | ମୋହିତା ଶର୍ମା କହିଥିଲେ ” ମୁଁ ଏଠି ଟଙ୍କା ପାଇଁ ଆସିନାହାନ୍ତି ,କି ଏଠି କେତେ ଟଙ୍କା ଜିତିକି ନେବେ ତାର ମଧ୍ୟ ଉଦେଶ ନାହିଁ ,ସେ ତାଙ୍କର ଜ୍ଞାନ ପରିକ୍ଷ୍ୟା କରିବାକୁ ଆସିଛନ୍ତି “|
କୌନ ବନେଗା କରୋଡପତି ଶୋ ରେ ମୋହିତା ଶର୍ମା ପ୍ରତେକ ପ୍ରଶ୍ନର ଉତ୍ତର ଏମିତି ଦଉଥିଲେ ଯେ ଅମିତାଭ ବଚ୍ଚନ ପ୍ରଶ୍ନର ଉତ୍ତର ଲକ କରିବା ଆଗରୁ ସେ ନିଜେ କହୁଥିଲେ ଲକ କରିବାକୁ |
ମୋହିତା ଶର୍ମା ପଚାରଯାଇଥିବା ୧ କୋଟି ଟଙ୍କାର ପ୍ରଶ୍ନ “Which of these explosives was first patented in 1898 by German chemist Georg Friedrich Henning and first used in World War II? “
The options were – HMX, RDX, TNT and PETN
ସଠିକ ଉତ୍ତର ଥିଲା RDX | ମୋହିତା ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ସାହାଯ୍ୟ ନେଇଥିଲେ ଏକ୍ସପୋର୍ଟ ” ପଙ୍କଜ ପଚଉଁରି ଙ୍କର (Pankaj Pachauri)” | ଯାହାକି ଠିକ ଥିଲା । ଆଉ ମୋହିତା ଜିତିଯାଇଥିଲେ କୋଟିଏ ଟଙ୍କା ।
ଯେତେବେଳେ ତାଙ୍କୁ ୧୬- ପ୍ରଶ୍ନ ପଚରାଯାଇଥିଲା ,ଯାହାର ମୂଲ୍ୟ ରହିଛି ୭ କୋଟି ଟଙ୍କା | ସେଥିରେ ସେ ଉତ୍ତର ଦେଇପାରିନଥିଲେ | ସେଇଥିପାଇଁ ଅମିତାଭ ବଚ୍ଚନ ତାଙ୍କୁ ଖେଳରୁ ଓହରି ଯିବାକୁ କହିଥିଲେ | ମୋହିତା ଶର୍ମା ମଧ୍ୟ ଅମିତାଭ ବଚ୍ଚନଙ୍କ କଥାମାନି କୌଣସି ରିସ୍କ ନନେଇ ଖେଳରୁ ଓହରି ଯାଇଥିଲେ |
ମୋହିତା ଶର୍ମାଙ୍କୁ ପଚରାଯାଇଥିବା ୧୬- ପ୍ରଶ୍ନ ” Launched in 1817, which of these ships built by the Wadia Group in Bombay is the oldest British warship still afloat? “
Options ଥିଲା :
A) HMS Minden B) HMS Cornwallis C) HMS Trincomalee D)HMS Meanee
Tଏହି ପ୍ରଶ୍ନର ସଠିକ ଉତ୍ତର ଥିଲା ” HMS Trincomalee “
ମୋହିତାଙ୍କ ପୂର୍ବରୁ ନାଜିଆ ନସୀମ(Nazia Nasim) ନାମକ ଜଣେ ପୂର୍ବତନ ଗଣମାଧ୍ୟମ ଛାତ୍ର ଚଳିତ ସିଜିନର ପ୍ରଥମ କରୋଡପତି ଭାବେ କୋଟିଏ ଟଙ୍କା ଜିତିଥିଲେ ।