Doctor Arjun saves patient life, video viral on social media
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଜଣେ ଡାକ୍ତର ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିବା ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରୁଥିବା ଦେଖିବାକୁ ମିଳିଛି।
ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦିକଙ୍କ ସମେତ ଟ୍ୱିଟରରେ ଅନେକ ଉପଭୋକ୍ତା ଏହି ଭିଡିଓ ପୋଷ୍ଟ କରିଛନ୍ତି |
ରିପୋର୍ଟ ଅନୁସାରେ ଏହି ଘଟଣା ମହାରାଷ୍ଟ୍ରର କୋଲହାପୁରରେ ଘଟିଛି। ୩୭ ସେକେଣ୍ଡ୍ କ୍ଲିପ୍ ରେ ନୀଳ ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତି ଡାକ୍ତରଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ସେ ହଠାତ୍ ଚେତନା ହରାଇବାକୁ ଲାଗିଲେ ଓ ଡାକ୍ତରଙ୍କୁ ଜଣାଇବାକୁ ଯାଇ ତାଙ୍କ ସାମ୍ନାରେ ଟେବୁଲରେ ହାତ ବାଡେ଼ଇଥିଲେ ।
ଏହା ଡାକ୍ତର ଅର୍ଜୁନ ଜାଣି ପାଇ ସଂଗେ ସଂଗେ ବ୍ୟକ୍ତି ଜଣଙ୍କୁ CPR ଦେଇ ତାଙ୍କ ଜୀବନ ରକ୍ଷା କରିଥିଲେ।
ଧନଞ୍ଜୟ ମହାଦିକ ତାଙ୍କ ଟୁଇଟ୍ରେ କହିଛନ୍ତି, “ଏହି ଭିଡିଓରେ ଦର୍ଶାଉଛି , ଏହି ଡାକ୍ତର ଅର୍ଜୁନ ଆଡନାଇକ୍ ହିଁ ପ୍ରକୃତ ହିର” ।
Doctor Arjun saves patient life, video viral on social media