ମହିଳା ଜଣକ ପାହାଡ ଉପରୁ ୬୦ ଫୁଟ ତଳକୁ ଖସି ପଡ଼ିବା ପରେ ବି ବଞ୍ଚିଛନ୍ତି ,ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ
୩୭ ବର୍ଷ ବୟସ୍କା ରେବିକା କ୍ରାଉଫୋର୍ଡ(Rebekah Crawford) ନାମକ ଜଣେ ମହିଳା ପାହାଡ ଉପରୁ ୬୦ ଫୁଟ ତଳକୁ ଖସି ପଡ଼ିବା ପରେ ଚମତ୍କାର ଭାବରେ ବଞ୍ଚିବା ପରେ ଡାକ୍ତରମାନଙ୍କୁ ସ୍ତବ୍ଧ କରିଦେଇଛନ୍ତି। ତାଙ୍କ ବଞ୍ଚିବା ଏବଂ ପୁନରୁଦ୍ଧାରରେ ଆଶ୍ଚର୍ଯ୍ୟ ହୋଇ ଡାକ୍ତରମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ କେହି ୬୦ ଫୁଟ ଉପରୁ ଖସି ବଞ୍ଚିବା ଏକ ବିରଳ ଅଟେ।
ଗତ ବର୍ଷ ଜୁନ୍ ମାସରେ ଏହି ଘଟଣା ଘଟିଥିଲା, ଯେତେବେଳେ ସେ ତାଙ୍କ ପରିବାର ସହିତ ପାହାଡ ଉପରେ ଚାଲୁଥିଲେ ସେତେବେଳେ ତାଙ୍କ ଗୋଡ ସ୍ଲିପ୍ ହେଇଥିଲା ଓ ସେ ତଳକୁ ଖସିପଡିଥିଲେ। ତାଙ୍କ ପରିବାର ଶୀଘ୍ର ୯୯୯ ଡାଏଲ୍ କରିଥିଲେ ଏବଂ କର୍ଣ୍ଣୱାଲ୍ ଏୟାର ଆମ୍ବୁଲାନ୍ସର ଜରିଆରେ ତାଙ୍କୁ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା |
ରେବିକା ଭଲ ହେବାପରେ କହିଛନ୍ତି, “ମୋର ମୁଣ୍ଡ ଏହି ପଥରର ସ୍ଲାବ୍ ରେ ପିଟି ହେଇଥିଲା ଓ ଏହାର ଶବ୍ଦ ଏବଂ ଯନ୍ତ୍ରଣାକୁ ମୁଁ ଭୁଲିପାରିବି ନାହିଁ | ମୁଁ ସେତେବେଳେ ଅନୁଭବ କରି ନ ଥିଲି ଯେ ମୁଁ ପ୍ରକୃତରେ ୬୦ ଫୁଟ ତଳକୁ ଖସି ଆସିଛି | ମୋର ମନେ ଅଛି, ତଳେ କିଛି ନଥିଲା | ମୁଁ ଘାସରେ କାବୁ କରିବାକୁ ଚେଷ୍ଟା କରୁଥିଲି | ମୋ ମୁଣ୍ଡ ତଳେ ଥିବା ପଥରକୁ ଆଘାତ କଲା, ଯାହା ପ୍ରକୃତରେ ଯନ୍ତ୍ରଣାଦାୟକ ଥିଲା | ”