ଏହିସବୁ ସମସ୍ୟାରେ ପଡ଼ିପାରନ୍ତି : ରାତିରେ ନଖାଇ ଶୋଇଲେ
ବର୍ତ୍ତମାନ ଜୀବନଶୈଳୀରେ ଦିନସାରା କାମ ଚାପ ଓ ଥକାପଣ ଯୋଗୁ ଅଧିକାଂଶ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଯଦି ଆପଣଙ୍କ ଖାଦ୍ୟ ନ ଖାଇବା ଅଭ୍ୟାସ ସବୁଦିନ ଅଭ୍ୟାସରେ ପରିଣତ ହୁଏ, ତା’ହେଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ।ଏକ୍ସପେର୍ଟଙ୍କ ମତ ଅନୁସାରେ, ଖାଲି ପେଟରେ ରାତିରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ।
ସମସ୍ୟାରେ ଜାଣନ୍ତୁ…
- ଓଜନ ବଢ଼ିଥାଏ
- ଶରୀରରେ ଶକ୍ତି କମ୍ ହୋଇଥାଏ
- ଶୋଇବାରେ ଅସୁବିଧା
- ଶରୀରରେ ନ୍ୟୁଟ୍ରିସନ୍ କମ୍ ହୋଇଥାଏ
- ମେଟାବଲିଜିମ୍ ଉପରେ ପ୍ରଭାବ ପକାଇ ପାରେ
- ଡ଼ିଏବେଟିସ ହୋଇପାରେ
- ହାର୍ଟ ଆଟାକ
ଓଜନ ବଢ଼ିଥାଏ
ଅନେକ ଲୋକ ଓଜନ ବଢ଼ିବା ସମସ୍ୟାକୁ ନେଇ ଚିନ୍ତିତ ଥାଆନ୍ତି। ସେମାନେ କମ୍ ଖାଉଥିଲେ ମଧ୍ୟ ସେମାନଙ୍କର ଓଜନ ବୃଦ୍ଧି ପାଇଥାଏ। ଯଦି ଆପଣ ଭାବୁଛନ୍ତି, ନ ଖାଇକି ଶୋଇବା ଦ୍ୱାରା ଆପଣଙ୍କ ଓଜନ କମ୍ ହେବ, ତା’ହେଲେ ଏହା ଭୁଲ୍। ଏହାଦ୍ୱାରା ଓଜନ କମ୍ ହୋଇନଥାଏ ବରଂ ଓଜନ ବୃଦ୍ଧି ପାଇଥାଏ। ହେଲଥ୍ ଏକ୍ସପର୍ଟଙ୍କ ଅନୁସାରେ, ରାତିରେ କମ୍ ଖାଇବା ଆବଶ୍ୟକ, ଆପଣ କିନ୍ତୁ ନ ଖାଇ ଶୋଇବା ଯୋଗୁ ଅସୁବିଧାରେ ପଡ଼ିପାରନ୍ତି।
ଶରୀରରେ ଶକ୍ତି କମ୍ ହୋଇଥାଏ
ଅନେକ ଲୋକ ଭାବନ୍ତି ଯେ, ରାତିରେ ଶରୀରକୁ ଖାଇବାର ଆବଶ୍ୟକତା ନଥାଏ। କିନ୍ତୁ ହେଲଥ୍ ଏକ୍ସପର୍ଟଙ୍କ କହିବା ଅନୁସାରେ, ଆମ ଶରୀର ୨୪ ଘଣ୍ଟା ଶକ୍ତି ଉତ୍ପାଦନ କରିଥାଏ। ଏଥିପାଇଁ ଶରୀରକୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ। ରାତିରେ ଆପଣ ଖାଲି ପେଟରେ ଶୋଇବା ଯୋଗୁ ଏହା ପର ଦିନ ଆପଣ ଥକାପଣ ଅନୁଭବ କରିପାରନ୍ତି।
ଶୋଇବାରେ ଅସୁବିଧା
ରାତିରେ ଖାଲି ପେଟରେ ଶୋଇବା ଦ୍ୱାରା ଆପଣଙ୍କ ପେଟରେ ଖାଦ୍ୟ ନ ଥିବାରୁ ପେଟ କାଟିବା ସମସ୍ୟା ମଧ୍ୟ ଦେଖା ଦେଇପାରେ। ଏଥିପାଇଁ ଆପଣଙ୍କ ନିଦ ପୂରା ହୋଇପାରେ ନାହିଁ। ଆପଣ ଏହା ପରଦିନ ଅସୁସ୍ଥ ଏବଂ ଚିଡ୍ଚିଡ଼ା ଅନୁଭବ କରିଥାନ୍ତି।
ଶରୀରରେ ନ୍ୟୁଟ୍ରିସନ୍ କମ୍ ହୋଇଥାଏ
ଖାଲି ପେଟରେ ରାତିରେ ଶୋଇବା ଯୋଗୁ ଆପଣଙ୍କ ଶରୀରରେ ନ୍ୟୁଟ୍ରିସନ୍ କମ୍ ହୋଇପାରେ। ହେଲଥ୍ ଏକ୍ସପର୍ଟଙ୍କ ଅନୁସାରେ, ଶରୀରକୁ ସୁସ୍ଥ ରଖିବା ପାଇଁ ନ୍ୟୁଟ୍ରିସନ୍ର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ରାତିରେ ଖାଲି ପେଟରେ ଶୋଇବା ଯୋଗୁ ଏହା କମ୍ ହୋଇଥାଏ। ଏଥିପାଇଁ ମଧ୍ୟ ଶରୀରରେ ସମସ୍ୟା ଦେଖା ଦେଇପାରେ।
ମେଟାବଲିଜିମ୍ ଉପରେ ପ୍ରଭାବ ପକାଇ ପାରେ
ଯେଉଁ ଲୋକମାନଙ୍କର ରାତିରେ ନ ଖାଇ ଶୋଇବାର ଅଭ୍ୟାସ ଥାଏ ସେମାନଙ୍କର ମେଟାବଲିଜିମ୍ ଉପରେ ଖରାପ ପ୍ରଭାବ ପକାଇଥାଏ। ମେଟାବଲିଜିମ୍ ଆମ ଶରୀରରେ ଶକ୍ତି ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ଏହା ସହ ଖାଲିପେଟରେ ଶୋଇବା ଦ୍ୱାରା ଆମ ଶରୀରରେ କୋଲେଷ୍ଟ୍ରୋଲ୍ ଲେବଲ୍ ଏବଂ ଥାଇରଏଡ୍ ହେବାର ସମ୍ଭାବନା ଥାଏ। ଏହି ଅଭ୍ୟାସ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ।
ଡ଼ିଏବେଟିସ ହୋଇପାରେ
ଯଦି ଆପଣ ଅଧିକାଂଶ ରାତିରେ ବିଳମ୍ବରେ କିମ୍ବା ଖାଲି ପେଟରେ ଶୋଇ ପଡୁଛନ୍ତି, ତାହେଲେ ଆପଣ ଡାଏବେଟିସ(Diabetes) ରୋଗରେ ପଡିପାରନ୍ତି | ଆମ ଶରୀରରେ କୋଲେଷ୍ଟ୍ରୋଲ୍ ଲେବଲ୍ ମଧ୍ୟ ବଢ଼େଇ ଦେଇଥାଏ |
ହାର୍ଟ ଆଟାକ
ଆପଣ ହାର୍ଟ ଆଟାକ ରୋଗରେ ପଡିପାରନ୍ତି ,ଯଦି ଆପଣ ବିଳମ୍ବରେ କିମ୍ବା ଖାଲି ପେଟରେ ଶୋଇ ପଡୁଛନ୍ତି |ଏହା ଅଧିକ ଖାଦ୍ୟରେ ଲୁଣ ଖାଉଥିବା ଠାରୁ ବହୁତ ବିପଦ ଅଟେ |