Coldest school in the world

Spread the love

ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ , -୫୧ ଡିଗ୍ରୀ ଶୀତରେ ବି ଚାଲିଛି ବିଦ୍ୟାଳୟ

ବିଶ୍ୱର ଏମିତି ଏକ ଗାଁ ଅଛି ଯାଉଥିରେ ସବୁବେଳେ ବରଫ ପଡେ |ସାଇବେରିଆ – ୟାକୁଟସ୍ତ(Yakutsk), ବିଶ୍ୱର ସବୁଠାରୁ ଥଣ୍ଡା ଜାଗା ଭାବରେ ପରିଚିତ । ଏଠାରେ ତାପମାତ୍ରା -୫୦ ଡିଗ୍ରୀ ସେଲିସୟସ ପାଖାପାଖି ରହିଥାଏ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅତ୍ୟାଧିକ ଶୀତରେ ବି ପିଲାମାନେ ଏଠାରେ ସ୍କୁଲ ଯାଆନ୍ତି । ଆଉ ଶୀତରେ ପାଠ ପଢନ୍ତି । ଶୀତ ବସ୍ତ୍ର ପିନ୍ଧି ଛୋଟ ଛୋଟ ପିଲାମାନେ ଏହି ଶୀତରେ ସ୍କୁଲ ଯିବାର ଦେଖାଯାଇଥାଏ । ।ଯେତେବେଳେ ଏଠାରେ ତାପମାତ୍ରା -୫୨ ଡିଗ୍ରୀରେ ପହଞ୍ଚିଥାଏ, ସେତେବେଳେ ଏହି ସ୍କୁଲରେ ୧୧ ବର୍ଷରୁ କମ ପିଲାଙ୍କୁ ସ୍କୁଲ ଆସିବାକୁ ମନା କରାଯାଇଥାଏ  ।

ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ || coldest school in the world

ଏହି ସ୍କୁଲକୁ ୧୯୩୨ ମସିହାରେ ଷ୍ଟାଲିନର ରାଜା ନିର୍ମାଣ କରିଥିଲେ |ସାଇବେରିଆର ଓମାୟାକୋନ ସହରରେ ଏହି ସ୍କୁଲ ଅବସ୍ଥିତ |ଏଠାରେ ଏତେ ଥଣ୍ଡା ହୋଇଥାଏ ଯେ ଦେହରେ ସପୂର୍ଣ୍ଣ ବରଫର ଆସ୍ତରଣ ପଡିଯାଇଥାଏ । କୁହାଯାଏ ଯେ ଯଦି ଏହି ପାଗରେ ଗରମ ପାଣିକୁ ଏଠାରେ ରଖାଯାଏ ତାହା ସଙ୍ଗେ ସଙ୍ଗେ ବରଫରେ ପରିଣତ ହୋଇଯାଏ । ଏହି ପାଗରେ ଅଧିକାଶଂ ଲୋକ ଏଠାରେ ଥଣ୍ଡା ସର୍ଦ୍ଦିର ସମସ୍ୟାରେ ମଧ୍ୟ ପଡିଥାନ୍ତି । ଏହିଥିରୁ ଅନୁମାନ କରିହେବ ଯେ ପିଲାମାନେ ସେଠାରେ କେମିତି ପରିସ୍ଥିତିକୁ ସାମ୍ନା କରି ସ୍କୁଲକୁ ଯାଆନ୍ତି ।

ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ ||coldest school bus in the world

ଏଠାରେ -୫୦ ଡିଗ୍ରୀ ତାପମାତ୍ରାରେ ହାଇପୋଥର୍ମିଆର ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଥାଏ । ହାଇପୋଥର୍ମିଆରେ ଶରୀର ତାପମାତ୍ରା ଅତି ଶୀଘ୍ର ହ୍ରାସ ହୋଇଥାଏ । ଫଳରେ ବ୍ଲଡ ପ୍ରେସର, ହାର୍ଟ ବିଟ ଦ୍ରୁତ ବଢିବା ଓ କେତେକ କ୍ଷେତ୍ରରେ ମୃତ୍ୟୁ ବି ହୋଇପାରେ । ଏହି ତାପମାତ୍ରାରେ ଡାକ୍ତରମାନେ ମଧ୍ୟ ଗଭୀର ନିଶ୍ୱାସ ନେବାକୁ ମନା କରନ୍ତି । କାରଣ ନିଶ୍ୱାସ ନେବା ଏଠାରେ କଷ୍ଟକର ହୋଇଥାଏ । ଏହାସହ ଫୁସଫୁସରେ ଥଣ୍ଡା ପବନ ବାଜିବା ଦ୍ୱାରା ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତେବେ ଏଭଳି କ୍ଷେତ୍ରରେ କେବଳ ସ୍କୁଲ ନୁହେଁ ସାଧାର ଜୀବନଯାପନ ମଧ୍ୟ ବିପଦଜ୍ଜନକ ହୋଇଥାଏ ।


Spread the love

Leave a Reply

Your email address will not be published. Required fields are marked *