ଦେଶରେ ଲୋକମାନେ ଏବେ ବହୁତ ମାତ୍ରାରେ ଠକାମିରେ ଶିକାର ହେଉଛନ୍ତି | ଏବେ ହ୍ୱାଟସଆପ୍ ଜରିଆରେ ଲୋକମାନଙ୍କୁ ଠକା ଯାଉଛି ,ଯଉଠି ପାଇଁ ଲୋକ ବହୁତ ହଇରାଣ ରେ ପଡୁଛନ୍ତି |ଏବେ ହ୍ୱାଟସଆପ୍ ବ୍ୟବହାରି ମଧ୍ୟ ଠକାମିରେ ଶିକାର ହେଉଛନ୍ତି | ଅଜଣା ନମ୍ବରରୁ ଆସୁଛି ମେସେଜ୍ । ହ୍ୟାକ୍ ହୋଇଯାଉଛି ଆପଣଙ୍କ ଆକାଉଣ୍ଟ । ସାବଧାନ ରୁହନ୍ତୁ, ନହେଲେ ଆପଣ ବି ବଡ଼ ଧରଣର ଠକାମିର ଶିକାର ହୋଇପାରନ୍ତି ।
ଅନଲାଇନ୍ ଠକେଇ ଭଳି ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ, ଏବେ ଠକେଇର ଏମିତି ଏକ ନୂଆ ତରିକା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯଦି ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ । ନହେଲେ ହ୍ୟାକ୍ ହୋଇଯାଇପାରେ ଆପଣଙ୍କ ଆକାଉଂଟ । ଏହି ନୂଆ ଠକେଇକୁ ହ୍ୱାଟ୍ସଆପ୍ ଓଟିପି ସ୍କାମ୍ ବୋଲି କୁହାଯାଉଛି ।
କେମିତି କରୁଛନ୍ତି ହ୍ୟାକ୍ ?
ଏବେ ଅପରାଧୀ ଓଟିପି ଜରିଆରେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ହ୍ୟାକ୍ କରିନେବେ | ପ୍ରଥମେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିବ ଏବଂ ମେସେଜ୍ କରିଥିବା ବ୍ୟକ୍ତି, ଆପଣଙ୍କୁ ବ୍ୟସ୍ତ ବିବ୍ରତ କରି ଆପଣଙ୍କୁ ଏକ ଓଟିପି ମାଗିବ । ଆପଣଙ୍କୁ ଏହା ମଧ୍ୟ କୁହାଯିବ ଯେ, ସେହି ଓଟିପି ଟି ଭୁଲରେ ଆପଣଙ୍କ ନମ୍ବରକୁ ଚାଲିଯାଇଛି ।
କିଛି ଜରୁରୀକାଳୀନ କାରଣ କହି ଆପଣଙ୍କୁ ସେହି ଓଟିପି ମଗାଯିବ ।ଯଦି ଆପଣ ଓଟିପି ସେଣ୍ଡ କରିଦେଉଛନ୍ତି, ତେବେ ହ୍ୟାକର୍ସ ଏହାର ଫାଇଦା ଉଠାଇ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ହ୍ୟାକ୍ କରିନେବେ ।ପରେ ଅପଣ ନିଜର ହ୍ୱାଟସଆପ୍ ଆକାଉଣ୍ଟ ବ୍ୟବହାର କରିପାରିବେ ନାହିଁ । ଆଉ ହ୍ୟାକର୍ସ ଆପଣଙ୍କ ଆକାଉଂଟର ଅପବ୍ୟବହାର ମଧ୍ୟ କରିପାରନ୍ତି ।
କଣ କରିବେ ?
ଏଭଳି ଫ୍ରଡରୁ ସଂସ୍ଥାରୁ ବର୍ତିବା ହେବା ପାଇଁ ,
ଅଜଣା ନମ୍ବରରୁ କୋଣସି ମେସେଜ କିଂମ୍ବା ଓଟିପି ଆସୁଅଛି ଏବଂ ଏହି ଓଟିପିକୁ ଆଉ କେହି ମାଗୁଛନ୍ତି ,ତାହେଲେ ଆପଣ ତାଙ୍କୁ କୌଣସି ସୂଚନା ଦିଅନ୍ତୁ ନାହିଁ | ଅଜଣା ନମ୍ବରରୁ ମେସେଜ୍ ଆସିଲେ, ଯଥା ସମ୍ଭବ ଏହାକୁ ଅଣଦେଖା କରନ୍ତୁ ।ଅଧିକ କିଛି ହେଲେ ପୋଲିସ ଷ୍ଟେସନରେ ସମ୍ପର୍କ କରନ୍ତୁ |