ଜୋ ବାଇଡେନଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ହେବାକୁ ଯାଉଥିବା ଜୋ ବାଇଡେନଙ୍କ (Joe Biden) ସହ ଫୋନ କଥା ହେଇ ତାଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣେଇବା ସହିତ କୋଭିଡ୍-19, ଜଳବାୟୁ ପରିବର୍ତନ,ଅନ୍ୟାନ କ୍ଷେତ୍ରରେ ଅସ୍ଥିରତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
ମୋଦି ଫୋନ କଲେ ବାଇଡେନଙ୍କୁ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ନିର୍ବାଚନର କିଛି ଦିନ ପରେ ପ୍ରେସିଡେଂଟ ଇଲେକ୍ଟସନ ଜୋ ବାଇଡେନଙ୍କୁ (Joe Biden) ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି | ଜୋ ବାଇଡେନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାପରେ ଭାରତ ସହିତ ଆମେରିକାର ସଂପର୍କ ଆହୁରି ନୀବିଡ ହେବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି | ଦୁଇ ଦେଶର ସଂପର୍କକୁ ଅଧିକ ମଜଭୂତ କରିବା ପାଇଁ ଦୁଇ ନେତା ସେମାନଙ୍କ ଅଗ୍ରାଧିକାର ପ୍ରସଙ୍ଗରେ କଥା ହୋଇଛନ୍ତି । ସେହିପରି କୋଭିଡ୍-19, ଜଳବାୟୁ ପରିବର୍ତନ ଓ ,ଅନ୍ୟାନ କ୍ଷେତ୍ରରେ ଅସ୍ଥିରତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
ନରେନ୍ଦ୍ର ମୋଦି ମଧ୍ୟ ନବ ନିର୍ବାଚିତ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ( Kamala Harris) ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବିଜୟ ଉଭୟ ଭାରତ ଓ ଆମେରିକା ବାସିନ୍ଦାଙ୍କ ପାଇଁ ଗର୍ବର ବିଷୟ ଏବଂ ଦୁଇ ଦେଶର ସଂପର୍କକୁ ଆହୁରି ମଜଭୂତି ଦେବ ବୋଲି ମୋଦି କହିଛନ୍ତି । ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ବାଇଡେନଙ୍କୁ ନେଇ ମନ୍ତବ୍ୟ ରଖିଥିଲେ । ଜୟଶଙ୍କର କହିଥିଲେ “ଭାରତ ପାଇଁ ସେ ନୂଆ ନୁହନ୍ତି ବୋଲି” । ଓବାମା ପ୍ରଶାସନରେ ସେ ଉପରାଷ୍ଟ୍ରପତି ଥିବା ସମୟରେ ନୂଆ ଦିଲ୍ଲୀ ସହିତ ହ୍ୱାଇଟହାଉସର ନୀବିଡତା ବଢିଥିଲା ବୋଲି ସେ ପ୍ରଶଂସା କରି କହିଥିଲେ ।